ଅମିତ ଶାହାଙ୍କ ରୋଡ୍‌ ସୋ’ ପରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବ ତୃଣମୂଳ କଂଗ୍ରେସ

Advertisment
ଅମିତ ଶାହାଙ୍କ ରୋଡ୍‌ ସୋ’ ପରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବ ତୃଣମୂଳ କଂଗ୍ରେସ

Image Courtesy of Hindustan Times

କୋଲ୍‌କାତା: ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍‌ ସୋ’ ସମୟରେ କଲେଜରେ ଭଙ୍ଗାରୁଜା ଏବଂ ବଙ୍ଗ ବିଦ୍ୱାନ୍‌ ବିଦ୍ୟାସାଗରଙ୍କ ଆବକ୍ଷ ପ୍ରତିମା ଧ୍ୱଂସ କରାଯିବା ପରେ ବୁଧବାର ଦିନ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିସନ୍‌ଙ୍କୁ ଭେଟିବ ବୋଲି ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ।

ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟୁଇଟ୍‌ କରିଛି: କୋଲ୍‌କାତାରେ ଅମିତ ଶାହାଙ୍କ ରୋଡ୍‌ ସୋ’ ବେଳେ ବଙ୍ଗର ଐତିହ୍ୟ ଉପରେ ଆକ୍ରମଣ ପରେ ଡେରେକ୍‌ ଓବ୍ରେଇ, ସୁଖେନ୍ଦୁଶେଖର, ମନୀଷ ଗୁପ୍ତା, ନଦିମୁଲ୍‌ ହକ୍‌ ଆଦି ସାଂସଦ ଥିବା ତୃଣମୂଳ ସଂସଦୀୟ ଟିମ୍‌ ମେ ୧୫ ତାରିଖ ଦିନ ନିର୍ବାଚନ କମିସନ୍‌ଙ୍କ ସହ ବୈଠକ କରିବ। ବିଜେପିର ଭଡ଼ାଟିଆ ଗୁଣ୍ଡାମାନେ ପୋଡ଼ାଜଳା କରିବା ସହ ବିଦ୍ୟାସାଗରଙ୍କର ଆବକ୍ଷ ପ୍ରତିମା ଭାଙ୍ଗିଛନ୍ତି ବୋଲି ଜଣାଇବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏ ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି ଘୋଷଣା କରିଛନ୍ତି।

କଲେଜ ପରିଦର୍ଶନ କରି ବାନାର୍ଜୀ କହିଲେ: ବଡ଼ ଦୁଃଖଦାୟକ ଘଟଣା ଯେ ପୂରା କଲେଟା ନଷ୍ଟ କରି ଦିଆଯାଇଛି। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଏକ ଆବକ୍ଷ ପ୍ରତିମା ଭଙ୍ଗାଯାଇଛି। ମୂଳ ମୂର୍ତ୍ତିଟି ଯେଉଁଠି ଥିଲା ସେଠାରେ ମୁଁ ପ୍ରତିମାର ଭଙ୍ଗାରୁଜା ଅଂଶ ଦେଖିବାକୁ ମିଳିଛି । କୋଲ୍‌କତାରେ ମୁଁ ଏମିତି ରାଜନୈତିକ ହିଂସା ଦେଖି ନ ଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe